Posts

Showing posts with the label ଗାଁ ତୁମେ କେମିତି ଅଛ?

ଗାଁ ତୁମେ କେମିତି ଅଛ? (୧)

Image
ଆଜି ଜଣେ ବନ୍ଧୁଙ୍କ ସହ ଗପସପ କରୁକରୁ କଥା ପଡ଼ିଲା ଗାଁ ଜୀବନ ସମ୍ପର୍କରେ। ପ୍ରକୃତରେ ସେ ମୋର ଜଣେ ବଡ଼ ଭାଇ ଭଳି । ଆମ ଦୁହିଁଙ୍କ ମଧ୍ୟରେ ବୟସର ଅନେକ ତାରତମ୍ୟ ଥିଲେ ମଧ୍ୟ, ଉଭୟଙ୍କ ପିଲାଦିନ କଟିଛି ଗାଁରେ, ଅବଶ୍ୟ ଭିନ୍ନ ଭିନ୍ନ ଜିଲ୍ଲାରେ ଏବଂ ଭିନ୍ନ ଭିନ୍ନ ସମୟରେ । ଏବେ ଆମେ ଦୁହେଁ ଭୁବନେଶ୍ୱରରେ । ଆଲୋଚନାରେ ଦୁଇଟି ପ୍ରସଙ୍ଗ ଥିଲା । ପ୍ରଥମଟି ଆମ ପିଲାମାନେ ଗାଁ ଜୀବନ ସମ୍ପର୍କରେ ଜାଣିବାର ସୁଯୋଗ ପାଉ ନାହାନ୍ତି ବା ପାଇବେ ନାହିଁ ଏବଂ ଦ୍ୱିତୀୟଟି ଆମ ପିଲାବେଳର ଗାଁ ଏବେ ଆଉ ସେଭଳି ନାହିଁ ।  ମୋର ମନେ ଅଛି, ମୁଁ ଯେତେବେଳେ ନବମ ଶ୍ରେଣୀରେ ପଢ଼ୁଥାଏ, ଥରେ ଶନିବାର ସକାଳ ସ୍କୁଲ୍‌ରେ ତର୍କ ପ୍ରତିଯୋଗିତା ହେଲା । ଗାଁ ଭଲ, ନା ସହର । ମୋର ଗାଁ ପ୍ରତି ବିଶେଷ ଦୁର୍ବଳତା ଥାଏ । ତେଣୁ କହିବା ବାହୁଲ୍ୟ ଯେ ମୁଁ ଗାଁକୁ ହିଁ ସମର୍ଥନ କଲି । ମୋର ଜଣେ ସହପାଠୀ ସହରକୁ ସମର୍ଥନ କଲେ । ମୋର ମନେ ଅଛି, ତର୍କ ଏତେ ତୀବ୍ର ହେବାରେ ଲାଗିଲା ଯେ, ସାର୍ ଅଧାରୁ ତର୍କ ପ୍ରତିଯୋଗିତା ବନ୍ଦ କରି ପଦ୍ୟାନ୍ତ ପ୍ରତିଯୋଗିତା ଆରମ୍ଭ କଲେ । ଆଉ ଅଭିମାନରେ ସେହି ସହପାଠୀଙ୍କ ସହ ମୋର କିଛି ଦିନ ଯାଏଁ କଥାବାର୍ତ୍ତା ହେଲା ନାହିଁ । କିନ୍ତୁ ଏବେ ଗାଁ ପ୍ରତି ସେହି ଏକା ମମତା ଥିଲେ ବି ସେ ଆକର୍ଷଣ ନାହିଁ । ସହରର ସୁଖସୁବିଧା ଏହାର ପ୍ରକୃତ କାରଣ ନୁହେଁ । ପୁଣି ଫେରିବି ସେହି ପୂର୍ବ ପ୍ରସଙ୍ଗକୁ । ଆମ ପିଲାମାନେ ଗାଁ ଜ...