Posts

Showing posts with the label ସେ ରଙ୍ଗ ରହିଲେ ହେଲା (ହୋଲି ଉପଲକ୍ଷେ)

ସେ ରଙ୍ଗ ରହିଲେ ହେଲା

Image
କିଏ କହେ ଖୁସି ଓ ଆନନ୍ଦର ପର୍ବ, କିଏ କହେ ଭାଇଚାରାର ପର୍ବ, ଆଉ କିଏ କହେ ପ୍ରେମର ପର୍ବ ।  କିନ୍ତୁ ସମସ୍ତେ କହନ୍ତି ହୋଲି ହେଉଛି ରଙ୍ଗର ପର୍ବ ।   କିନ୍ତୁ ବନ୍ଧୁ ଏ ରଙ୍ଗ ନୁହେଁ ସେ ରଙ୍ଗ ରହିଲେ ହେଲା । କେ ବଳ ହୋଲି ନୁହେଁ, ସମୟ ସହିତ ଅଧିକାଂଶ ପର୍ବ ଅବକ୍ଷୟମୁଖୀ ।  କିଛି ପର୍ବ ତ କେବଳ ଗାଁ ଗହଳିରେ ବଞ୍ଚି ରହିଛି ।   ଆଉ କିଛି ନିଜର ସ୍ୱତନ୍ତ୍ରତା ଓ ଲୋକପ୍ରିୟତା କାରଣରୁ ଏବେବି ଅସ୍ତିତ୍ୱ ବଜାୟ ରଖିଛି  ।   କିନ୍ତୁ ଆଧୁନିକତାର ସ୍ପର୍ଶରେ ସେସବୁ ମଧ୍ୟ ନିଜର ପ୍ରକୃତ ସତ୍ତା ହରାଇ କେବଳ କ୍ଷଣସ୍ଥାୟୀ ଖୁସି ଓ ମଉଜ ମଜଲିସରେ ସୀମିତ ହୋଇ ରହିଛି ।  ପର୍ବର ପ୍ରକୃତ ଆଭିମୁଖ୍ୟକୁ ସମସ୍ତେ ପାଶୋରି ଦେଉଛନ୍ତି ।  ପର୍ବ ପାଳନ ପାଇଁ ଅଜସ୍ର ଟଙ୍କା ଓ ସମୟ ଖର୍ଚ୍ଚ ହେଉଛି, କିନ୍ତୁ ଫଳ ଫୁସ୍ ।   ପର୍ବର ଏଭଳି ବିକୃତ ପାଳନରେ ଲାଭ କଣ ? ଏଇ ଯେମିତି ଆଲୋକର ପର୍ବ ଦୀପାବଳି କଥା ଦେଖୁନାହାନ୍ତି ?  ଦୀପାବଳି ହେଉଛି ଆଲୋକର ପର୍ବ, କିନ୍ତୁ ମାତ୍ରାଧିକ ଗୁରୁତ୍ୱ ଶବ୍ଦକୁ ।   ଦୀପ, ମହମବତୀ କିମ୍ବା ଫୁଲଝରି ଅପେକ୍ଷା ବାଣର ଚାହିଦା ଅଧିକ ।  କାମ ଚଳିବା ପାଇଁ ଗୋଟିଏ ଦୁଇଟି ଦୀପ, କିଛି ମହମବତୀ ଓ ଛୋଟଛୋଟ ପିଲା କିମ୍ବା ବାଣକୁ ଡରୁଥିବା ଲୋକଙ୍କ ପାଇଁ ଫୁଲଝରି ହେଲେ ଚଳିଲା ।  କିନ୍ତୁ କାନଫଟା ବାଣର କୌଣସି ସୀମା ନାହିଁ...