ମା'ଲୋ ମୋତେ କ୍ଷମା କର୍
ତୋ ବୁକୁରେ ହଳ ଚାଲିଲେ ଆମ ଘରେ ଚୁଲି ଜଳେ ତୋ ଧମନୀରୁ ରକ୍ତ ଶୋଷି ପ୍ରାଣ ବଞ୍ଚେ ମୋ ଛାତି ତଳେ କିନ୍ତୁ ଲୋଭଗ୍ରସ୍ତ ପିଶାଚ ମୁଁ, କ୍ଷୀର ପରେ ରକ୍ତ, ରକ୍ତ ପରେ ପ୍ରାଣ ଶୋଷିବାରେ ବ୍ୟସ୍ତ, ହେଲେ ତୁ କେବେ ଆହା ବି କରିନୁ। ମା'ଲୋ ମୋତେ କ୍ଷମା କର୍, ମୁଁ ବି କେବେ ପଚାରିନି କେମିତି ହସୁଚୁ ତୁ? ଯନ୍ତ୍ରଣାର ଆଗେ ତୁ କଣ କେବେ ବି ହାରିନୁ? ମୁଁ ନିଷ୍ଠୁର, ଆହା ପଦେ କହିନି ତୋ ପଣତ ପାଉଁଶ ହେଲାବେଳେ, ଲୁହ ଟୋପେ ଢାଳିନି ତୋ ନିଶ୍ୱାସରେ ବିଷ ଚରିଗଲା ବେଳେ, ଆତ୍ମା ମୋର କେବେବି ଝୁରିନି ତୋ ମାତୃତ୍ୱକୁ ପଦାଘାତ କରି ତୋତେ ଦାସୀ ଦଶା ଦେଲାବେଳେ,