Posts

Showing posts with the label ସୋସିଆଲ ମିଡିଆ ଓ ଆଣ୍ଟିସୋସିଆଲ୍ ମୋଟିଭ୍

ସୋସିଆଲ ମିଡିଆ ଓ ଆଣ୍ଟିସୋସିଆଲ୍ ମୋଟିଭ୍

Image
ଅ ନେକେ କହନ୍ତି ଫେସ୍‌ବୁକ୍‌ ସମୟ ଖାଇଯାଏ, କିନ୍ତୁ ଏହା ଯେ ଗୋଟିଏ ସହରକୁ ବି ଖାଇଯାଇପାରେ ତାହା ଭଦ୍ରକ ଘଟଣାରୁ ସ୍ପଷ୍ଟ ହେଲା। ସାମାନ୍ୟ ଫେସ୍‌ବୁକ୍‌ ପୋଷ୍ଟଟିଏ ପାଇଁ ଏତେ ଅଶାନ୍ତି, ଉତ୍ତେଜନା, ଭଙ୍ଗାରୁଜା ଓ ପୋଡ଼ାଜଳା ବୋଧହୁଏ ଓଡ଼ିଶାରେ ପୂର୍ବରୁ କେବେ ଘଟି ନ ଥିଲା। ଅନେକେ କହିବେ ଧାର୍ମିକ ଭାବନାକୁ କ୍ଷୁର୍ଣ୍ଣ କଲା ଭଳି ସେହି ଫେସ୍‌ବୁକ୍‌ ପୋଷ୍ଟ ପାଇଁ ଏବଂ ତାହାକୁ ଛାଡ଼ିଥିବା ଯୁବକଟି ପାଇଁ ଏତେ ଅଘଟଣ ଘଟିଲା । କିନ୍ତୁ ଏହା ସମ୍ପୂର୍ଣ୍ଣ ସତ୍ୟ ନୁହେଁ, ଆଂଶିକ ସତ୍ୟ। କାରଣ ଭଦ୍ରକରେ ଯାହା ବି ଘଟିଲା, ତା ପଛରେ ସେହି ଫେସ୍‌ବୁକ୍‌ ପୋଷ୍ଟ ଛାଡ଼ିଥିବା ଯୁବକର ଯେତିକି ଭୂମିକା ରହିଛି, ତାହାକୁ ଲାଇକ, କମେଣ୍ଟ କିମ୍ବା ସେୟାର କରି ଭାଇରାଲ କରିଥିବା ବ୍ୟକ୍ତି ମାନଙ୍କର ମଧ୍ୟ ସେତିକି ଭୁଲ ରହିଛି । ଭାବିଲେ ଆଶ୍ଚର୍ଯ୍ୟ ଲାଗେ, ସେଦିନ ଭଦ୍ରକରେ ପୋଡ଼ାଜଳା ହେବା ପରେ କେବଳ ମୁର୍ଖ, ଅସଚେତନ କିମ୍ବା ଧାର୍ମିକ ଭାବନାରେ ଅନ୍ଧ ବ୍ୟକ୍ତିମାନେ ସେହି ପୋଷ୍ଟକୁ ଭାଇରାଲ୍ କରି ନ ଥିଲେ, ବରଂ ଅନେକ ସାମ୍ବାଦିକ ଓ ବୁଦ୍ଧିଜୀବୀମାନେ ମଧ୍ୟ ସେହି ପୋଷ୍ଟଟିକୁ ଫେସବୁକରେ ସେୟାର କରିଥିଲେ । ହୁଏତ ସେମାନେ ଏହାଦ୍ୱାରା ସେମାନଙ୍କ ସୋର୍ସ କେତେ ବଳିଷ୍ଠ ଏବଂ ସେମାନଙ୍କ କ୍ଷମତାର ପରିସୀମା କେତେ ଅଧିକ ତାହା ଜଣାଇବାକୁ ଚାହୁଁଥିଲେ, ନଚେତ ସେମାନଙ୍କ ପାଖରେ ଅନ୍ୟ ସାମ୍ବାଦିକ କିମ୍ବା ବୁଦ୍ଧିଜୀବୀ ପ୍ରତିଦ୍ୱନ୍ଦ୍ୱୀଙ୍କ...