Popular posts from this blog
ସମୟର ଆହ୍ୱାନ: ସୋସିଆଲ ମିଡିଆକୁ ପାଠ୍ୟକ୍ରମରେ ସାମିଲ କରାଯାଉ
ଏ କବିଂଶ ଶତାବ୍ଦୀର ଅନ୍ୟତମ ବିତର୍କିତ ପ୍ରସଙ୍ଗ ହେଉଛି ସୋସିଆଲ୍ ମିଡିଆ । ଏହା ଆଧୁନିକ ବିଜ୍ଞାନ ପ୍ରଯୁକ୍ତିର ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ (ବରଦାନ ନା ଅଭିଶାପ, ତାହା ବିବାଦୀୟ) । ଏବେକାର କିଶୋରକିଶୋରୀ ଓ ଯୁବପିଢ଼ି ସୋସିଆଲ୍ ନେଟୱର୍କିଂ ସାଇଟର ବ୍ୟବହାର ସମ୍ପର୍କରେ ତ ଜାଣିଛନ୍ତି, ତାହାର ନୂଆ ନୂଆ ଅପଡେଟ୍ ଓ ଫିଚର୍ ସମ୍ପର୍କରେ ତ ଖବର ରଖୁଛନ୍ତି, କିନ୍ତୁ ଭୁଲିଯାଉଛନ୍ତି ଏହାର ଦୁରୁପଯେୋଗ କଥା । କହିବିନି ଯେ, ସେମାନେ ଏସମ୍ପର୍କରେ କିଛି ବି ଜାଣିନାହାନ୍ତି । କିନ୍ତୁ ସେ ସମ୍ପର୍କରେ ସମସ୍ତେ ସମ୍ପୂର୍ଣ୍ଣ ସଚେତନ ଅଛନ୍ତି ବୋଲି ମନେ ହେଉ ନାହିଁ । ଅନେକ ସମୟରେ ମଜାରେ ହଜିଯାଇ ହେଉ, ଭାବବିହ୍ୱଳ ହୋଇ ହେଉ କିମ୍ବା ଅତି କ୍ରୋଧ କିମ୍ବା ଦୁଃଖରେ ହେଉ, ଅନେକେ ସୋସିଆଲ୍ ମିଡିଆରେ ଏମିତି କିଛି ଲେଖା, ଫଟୋ କିମ୍ବା ଭିଡିଓ ସର୍ବସାଧାରଣଙ୍କ ଦେଖିବା ନିମନ୍ତେ ଛାଡ଼ିଦିଅନ୍ତି ଯାହା ପରେ ବୁମେରାଂ ହୋଇ ସେମାନଙ୍କ ପ୍ରତି ବିପଜ୍ଜନକ ବା କ୍ଷତିକାରୀ ସାବ୍ୟସ୍ତ ହୁଏ । ତେଣୁ ମୋ ମତରେ 'ନିରାପଦ ସୋସିଆଲ୍ ମିଡିଆ ଏବଂ ଅନଲାଇନ ଅଭ୍ୟାସ' ସମ୍ପର୍କିତ ପାଠ୍ୟକ୍ରମ ଯଦି ପ୍ରାଥମିକ ଶିକ୍ଷାରେ ସାମିଲ କରାଯାଇପାରନ୍ତା, ତେବେ ପିଲାମାନେ ପ୍ରଥମରୁ ହିଁ ଏହାର ସଦୁପଯୋଗ ଏବଂ ଦୁରୁପଯୋଗ ସମ୍ପର୍କରେ ଜ୍ଞାନ ଆହରଣ କରିପାରନ୍ତେ ଏବଂ ସଚେତନ ହୋଇପାରନ୍ତେ । ପିଲାମାନେ ନିଜେ ନିଜେ ସୋସିଆଲ ମିଡିଆ ବ୍ୟବହାର କରି ଥରେ ...
ସୋସିଆଲ ମିଡିଆ ଓ ଆଣ୍ଟିସୋସିଆଲ୍ ମୋଟିଭ୍
ଅ ନେକେ କହନ୍ତି ଫେସ୍ବୁକ୍ ସମୟ ଖାଇଯାଏ, କିନ୍ତୁ ଏହା ଯେ ଗୋଟିଏ ସହରକୁ ବି ଖାଇଯାଇପାରେ ତାହା ଭଦ୍ରକ ଘଟଣାରୁ ସ୍ପଷ୍ଟ ହେଲା। ସାମାନ୍ୟ ଫେସ୍ବୁକ୍ ପୋଷ୍ଟଟିଏ ପାଇଁ ଏତେ ଅଶାନ୍ତି, ଉତ୍ତେଜନା, ଭଙ୍ଗାରୁଜା ଓ ପୋଡ଼ାଜଳା ବୋଧହୁଏ ଓଡ଼ିଶାରେ ପୂର୍ବରୁ କେବେ ଘଟି ନ ଥିଲା। ଅନେକେ କହିବେ ଧାର୍ମିକ ଭାବନାକୁ କ୍ଷୁର୍ଣ୍ଣ କଲା ଭଳି ସେହି ଫେସ୍ବୁକ୍ ପୋଷ୍ଟ ପାଇଁ ଏବଂ ତାହାକୁ ଛାଡ଼ିଥିବା ଯୁବକଟି ପାଇଁ ଏତେ ଅଘଟଣ ଘଟିଲା । କିନ୍ତୁ ଏହା ସମ୍ପୂର୍ଣ୍ଣ ସତ୍ୟ ନୁହେଁ, ଆଂଶିକ ସତ୍ୟ। କାରଣ ଭଦ୍ରକରେ ଯାହା ବି ଘଟିଲା, ତା ପଛରେ ସେହି ଫେସ୍ବୁକ୍ ପୋଷ୍ଟ ଛାଡ଼ିଥିବା ଯୁବକର ଯେତିକି ଭୂମିକା ରହିଛି, ତାହାକୁ ଲାଇକ, କମେଣ୍ଟ କିମ୍ବା ସେୟାର କରି ଭାଇରାଲ କରିଥିବା ବ୍ୟକ୍ତି ମାନଙ୍କର ମଧ୍ୟ ସେତିକି ଭୁଲ ରହିଛି । ଭାବିଲେ ଆଶ୍ଚର୍ଯ୍ୟ ଲାଗେ, ସେଦିନ ଭଦ୍ରକରେ ପୋଡ଼ାଜଳା ହେବା ପରେ କେବଳ ମୁର୍ଖ, ଅସଚେତନ କିମ୍ବା ଧାର୍ମିକ ଭାବନାରେ ଅନ୍ଧ ବ୍ୟକ୍ତିମାନେ ସେହି ପୋଷ୍ଟକୁ ଭାଇରାଲ୍ କରି ନ ଥିଲେ, ବରଂ ଅନେକ ସାମ୍ବାଦିକ ଓ ବୁଦ୍ଧିଜୀବୀମାନେ ମଧ୍ୟ ସେହି ପୋଷ୍ଟଟିକୁ ଫେସବୁକରେ ସେୟାର କରିଥିଲେ । ହୁଏତ ସେମାନେ ଏହାଦ୍ୱାରା ସେମାନଙ୍କ ସୋର୍ସ କେତେ ବଳିଷ୍ଠ ଏବଂ ସେମାନଙ୍କ କ୍ଷମତାର ପରିସୀମା କେତେ ଅଧିକ ତାହା ଜଣାଇବାକୁ ଚାହୁଁଥିଲେ, ନଚେତ ସେମାନଙ୍କ ପାଖରେ ଅନ୍ୟ ସାମ୍ବାଦିକ କିମ୍ବା ବୁଦ୍ଧିଜୀବୀ ପ୍ରତିଦ୍ୱନ୍ଦ୍ୱୀଙ୍କ...

Very Nice Dear Sangram
ReplyDelete